ଝାରସୁଗୁଡ଼ା ସହର ନିକଟ ମେଘନା ବିଡି ନିକଟ ବେଦାନ୍ତ ମୁଖ୍ୟ ରାସ୍ତା ନିକଟରେ ଏକ ବଡ଼ ଗାତ ହେବାରୁ ଲୋକେ ଯିବାଆସିବା ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ବାରମ୍ବାର ଅଭିଯୋଗ ସତ୍ବେ ବିଭାଗୀୟ ଅଧିକାରୀ ଚୁପ୍ ରହି ବସିଛି । ବେଳେବେଳେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିଵାର ପରିଲକ୍ଷିତ ହେଉଛି । ରାତି ସମୟରେ ଲାଇଟ୍ ଜଳୁନଥିଵାରୁ ମଧ୍ୟ ଗାଡିମଟର ସମେତ ଲୋକେ ଯିବାଆସିବା ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ଗାଡ଼ି ମଟର ଯିବାଆସିବା ସମୟରେ ଧୂଳିଉଡୁଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବେଦାନ୍ତ କର୍ତୁପକ୍ଷ ସୂଚନା ଫଳକ ଲଗାଇ ଛାଡ଼ିଦେଇଚି। ଏଥିପତି ଜିଲାପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।
0 Comments