ବମ୍ବେ ଛକ FCI ଗୋଦାମ ସମ୍ମୁଖ କଲ୍ୟାଣ ମଣ୍ଡପ ଭିତରେ ପୌରପରିଷଦ ତରଫରୁ ୩୦୦ ରୁ ଅଧିକ ବୁଲା ଗାଈ ଙ୍କୁ ରଖାଯାଇଥିବା ସ୍ଥାନୀୟ ବାସିନ୍ଦା ଙ୍କ ଅଭିଯୋଗ ।କିଛି ଦିନ ପୂର୍ବ ବିଜୁ ଏକ୍ସପ୍ରେସ ୱେ ରେ ଗାଈଗୋରୁ ଙ୍କ ପାଇଁ କମ୍ପାନୀ ବସ ଓ ଟ୍ରକ୍ ମଧ୍ୟରେ ହୋଇଥିବା ଦୁର୍ଘଟଣା ଫଳରେ ଝାରସୁଗୁଡ଼ା ସହର ରେ ବୁଲା ଗାଈଗୋରୁ ଙ୍କୁ ନେଇ ଲୋକଙ୍କ ମଧ୍ୟ ରେ ଉତ୍ତେଜନା ଦେଖା ଦେଇଥିଲା । ପ୍ରଶାସନ ଏହି ବୁଲା ଗାଈଗୋରୁ ଙ୍କ ପାଇଁ କଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଜନସାଧାରଣ ରେ ପ୍ରଶ୍ନ ଉଠିଥିଲା।
ତେବେ ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ କଡ଼ାକଡ଼ି ଭାବେ ତାଗିଦ କରିଥିଲେ ଆଗକୁ ରାସ୍ତା ରେ ଗାଈ ଗୋରୁ ବୁଲୁଥିବା ଦେଖିଲେ ପୌରପରିଷଦ ପକ୍ଷରୁ ଗାଈ ଙ୍କୁ ଉଠେଇ ନିଆଯିବ ଏବଂ ମାଲିକଙ୍କୁ ଫେରସ୍ତ କରାଯିବ ନାହିଁ । ତେବେ ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି ଯାହା ସ୍ବାଗତ ଯୋଗ୍ୟ କିନ୍ତୁ ଏହା ସହିତ ଏକ ଦୟନିୟ ଅବସ୍ଥା ମଧ୍ୟ ସାମ୍ନା କୁ ଆସିଛି । ବମ୍ବେ ଛକ FCI ଗୋଦାମ ସମ୍ମୁଖରେ ଥିବା କଲ୍ୟାଣ ମଣ୍ଡପ ଭିତରେ ରାସ୍ତା ରେ ବୁଲୁଥିବା ୩୦୦ ରୁ ଅଧିକ ଗାଈ ଙ୍କୁ ପୌରପରିଷଦ କର୍ମଚାରୀ ଙ୍କ ଦ୍ଵାରା ରଖାଯାଇଛି । ଏହି ଗାଈ ମାନଙ୍କୁ ଗତ ଦୁଇ ରୁ ତିନି ଦିନ ହେବ ଏଠାରେ ଏଭଳି ରଖା ଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସୂଚନା ଯୋଗ୍ୟ ଯେ ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତାରେ ବୁଲୁଥିବା ଗାଈ ମାନଙ୍କୁ ଏଭଳି ରଖାଯାଇଛି । ତିନିଦିନ ହେବ ତାଙ୍କୁ କୌଣସି ଖାଦ୍ୟ ମଧ୍ୟ ଦିଆଯାଇ ନାହିଁ ଯାହା ଏପରି ନିରୀହ ପଶୁଙ୍କ ଉପରେ ଅତ୍ୟାଚାର କରିବା ଭଳି ସ୍ଥିତି ସୃଷ୍ଟି ହୋଇଛି । ତେବେ ଏପରି ଗାଈଗୋରୁଙ୍କୁ ଏକ ଜାଗା ରେ ବାନ୍ଧି ରଖି ତାଙ୍କୁ କିଛି ଖାଇବାକୁ ନ ଦେଇ ପୌରପରିଷଦ କେଉଁ ଉଦାହରଣ ଦେବା ପାଇଁ ଚେଷ୍ଟା କରୁଛି । ତେବେ ଏନେଇ ପୌରନିର୍ବାହୀ ଅଧିକାରୀ ଙ୍କ ଠାରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ତେବେ ଦେଖାଯାଉ ଏହି ଘଟଣା ରେ ପୌର ନିର୍ବାହୀ ଅଧିକାରୀ କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ।
0 Comments