ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କର ଝାରସୁଗୁଡ଼ା ଗସ୍ତ

 

ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡିକର କ୍ଷେତ୍ରସ୍ତରୀୟ କାର୍ଯ୍ୟ ଅଗ୍ରଗତି ସମୀକ୍ଷା ।

ଚଳିତ ବର୍ଷ ଡ଼ିସେମ୍ବର ଶେଷସୁଦ୍ଧା ଜିଲ୍ଲାର ୫୦ ପ୍ରତିଶତ ପରିବାରଙ୍କୁ  ପାଇପ୍ ଜଳ ଯୋଗାଣ ପାଇଁ ନିର୍ଦ୍ଦେଶ ।

୬ ମାସ ମଧ୍ୟରେ ହୃଦରୋଗ ହସ୍ପିଟାଲ୍ କାର୍ଯ୍ୟକ୍ଷମ  କରିବାକୁ ଲକ୍ଷ୍ୟଧାର୍ଯ୍ୟ ।

୧୧ ଟି ମେଗା ଉଠା ଜଳସେଚନ ପ୍ରକଳ୍ପର ବିଭିନ୍ନ ପର୍ଯ୍ୟାୟ କାମ ପାଇଁ  ସମୟ ନିର୍ଘଣ୍ଟ ନିର୍ଦ୍ଧାରଣ ।

ଜଳସେଚିତ ଅଞ୍ଚଳରେ ଅଣ-ଧାନ ଅର୍ଥକରୀ ଫସଲ ଚାଷ ପାଇଁ କୃଷକମାନଙ୍କୁ ଉତ୍ସାହିତ  କରିବା ନିମନ୍ତେ ନିର୍ଦ୍ଦେଶ ।

କୃଷକମାନଙ୍କ ସହ  ସିଧାସଳଖ  ଯୋଗାଯୋଗରେ ରହି  ସେମାନଙ୍କ ଚାଷ ସମ୍ବନ୍ଧୀୟ ଆବଶ୍ୟକତା ଓ ସମସ୍ୟା ଅନୁସାରେ ସହଯୋଗ ଯୋଗାଇବାକୁ  କୃଷି ଓ ଉଦ୍ୟାନଚାଷ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ।


ଝାରସୁଗୁଡ଼ାଠାରେ ହୃଦରୋଗ ହସ୍ପିଟାଲ୍, ଏଚ୍.କଟାପାଲିରେ ଜଳ ବିଶୋଧନ ପ୍ଲାଟ୍, ବାଂଝୀବୋରାରେ ବୃହତ୍ ଉଠାଜଳସେଚନ ପ୍ରକଳ୍ପ ଏବଂ ବନ୍ହରପାଲିରେ ଓ.ପି.ଜି.ସି. ପାୱାର ପ୍ଲାଣ୍ଟ୍ ଆଦିର କ୍ଷେତ୍ର ପରିଦର୍ଶନ । 

ସୁନ୍ଦରଗଡ଼ ଜିଲ୍ଲାସ୍ଥିତ ଓ.ସି.ପି.ଏଲ୍. ପ୍ଲାଣ୍ଟ୍ ପ୍ରଦର୍ଶନ ଏବଂ ନବନିର୍ମିତ ସମନ୍ୱୟ ଭବନ ଉଦ୍ଘାଟନ । 

ମୁଖ୍ୟ ଶାସନ ସଚିବଙ୍କ ଗସ୍ତକାଳରେ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ସୁନ୍ଦରଗଡ଼ ଜିଲ୍ଲାପାଳ ଗାଭାଲ ହର୍ଷଦ ପରାଗ୍, ଝାରସୁଗୁଡ଼ା ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ତପିରାମ ମାଝୀଙ୍କ ସମେତ ସଂପୃକ୍ତ ବିଭାଗ ଓ ନିଗମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି  ଆବଶ୍ୟକୀୟ ତଥ୍ୟ  ଓ ସୁଚନା  ପ୍ରଦାନ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done