ଆଜାଦି ର ୭୫ ବର୍ଷ ପୂର୍ତ୍ତି ଅବସର ରେ ସାରା ଜିଲ୍ଲା ରେ ଲୋକେ ପାଳନ କରୁଛନ୍ତି ଆଜାଦି କା ଅମୃତ ମହୋତ୍ସବ । ଏହି ଉପଲକ୍ଷେ ଅନେକ ସଂଗଠନ ପକ୍ଷରୁ ଅନେକ ପ୍ରଶଂସନୀୟ କାର୍ଯ୍ୟମାନ କରାଯାଉଛି । ତେବେ ଆଜି ହେଉଛି ଭାରତ ର ୭୬ ତମ ସ୍ଵାଧୀନତା ଦିବସ । ଏହା ଉପଲକ୍ଷେ ଜିଲ୍ଲା ର ଅନେକ ସ୍ଥାନ ରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି।
ତେବେ ଆଜି ଏହି ସ୍ଵାଧୀନତା ର ପବିତ୍ର ଦିବସ ରେ TEAM SAVE JHARASUGUSA ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଟି ୱାର୍ଡ ନମ୍ବର୍ ୧୪ ବଢେଇମୁଣ୍ଡା ସ୍ଥିତ ଏକ ପୋଖରୀ କୂଳ ରେ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ TEAM SAVE JHARASUGUSA ର ସମସ୍ତ ସଦସ୍ୟ ମାନେ ସାମିଲ ଥିଲେ । ତେବେ ସହର ରେ ଅନେକ ଅନୁଷ୍ଠାନ ପକ୍ଷରୁ ଏପରି କରାଯାଉଥିବା କାର୍ଯ୍ୟମାନ ପ୍ରକୃତ ରେ ପ୍ରଶଂସା ର ଯୋଗ୍ୟ ଅଟେ ।ଏପରି ପଦକ୍ଷେପ ଯଦି ଜିଲ୍ଲା ରେ ସମସ୍ତେ ନିଜ କର୍ତ୍ତବ୍ୟ ଭାବି କରିବାକୁ ଲାଗିଲେ ଜିଲ୍ଲା ରେ ହେଉଥିବା ପ୍ରଦୂଷଣ ଅନେକାଂଶ ରେ ନିୟନ୍ତ୍ରଣ ହୋଇପାରିବ ।ତେବେ ଏମିତି କାର୍ଯ୍ୟକ୍ରମ ଜଣସାଧାରଣ ରେ ଏକ ସକାରାତ୍ମକ ବାର୍ତ୍ତା ପହଞ୍ଚାଇବା ରେ ସହାୟକ ହୋଇଛି ।
0 Comments