ପୂରଣ ହେଲା ଝାରସୁଗୁଡାବାସୀଙ୍କ ବହୁ ବର୍ଷର ଦାବି l ଝାରସୁଗୁଡା ଚୌକିପଡାରେ ରେଲୱେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟର ଆଜି ଶୁଭ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ।

 

ପୂରଣ ହେଲା ଝାରସୁଗୁଡାବାସୀଙ୍କ ବହୁ ବର୍ଷର ଦାବି l ଝାରସୁଗୁଡା ଚୌକିପଡାରେ ରେଲୱେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟର ଆଜି ଶୁଭ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ l ଚୌକିପଡ଼ାରେ ପ୍ରାୟ 158 କୋଟି ଟଙ୍କାର ବ୍ୟୟ ଅଟକଳରେ ଏହି ରେଳ ଓଭର ବ୍ରିଜ ନିର୍ମାଣ ହେବ l ଏହି ରେଳ ଓଭରବ୍ରିଜ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ମଧ୍ୟ ପ୍ରମୁଖ ଭୁମୀକା ରହିଛି l ଏହି ଓଭରବ୍ରିଜ ନିର୍ମାଣ ପାଇଁ ଆବଶ୍ୟକ ଜମିର ଅର୍ଥ ଓଡିଶା ସରକାର ପ୍ରଦାନ କରୁଛନ୍ତି l ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ l ଏହାସହ ଚୌକି ପଡ଼ା ଓଭରବ୍ରିଜ ପାଇଁ ବିସ୍ଥାପିତ ହେଉଥିବା ସମସ୍ତ ଦୋକାନ ତଥା ଘରକୁ ଥଇଥାନ କରାଯିବବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି l ଚୌକିପଡ଼ା ଓଭରବ୍ରିଜ ନିର୍ମାଣ ପାଇଁ ଝାରସୁଗୁଡାବାସୀ ଦୀର୍ଘ 50 ବର୍ଷରୁ ଦାବି କରି ଆସୁଥିଲେ l ଆଜି ଏହି ଓଭରବ୍ରିଜ ନିର୍ମାଣ ପାଇଁ କାର୍ଯ୍ୟଆରମ୍ଭ ହୋଇଥିବାବେଳେ ଖୁସି ପ୍ରକାଶ କରିଛନ୍ତି ଝାରସୁଗୁଡାବାସୀ l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done