ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସର ରେ ଜିଲ୍ଲା ରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି । ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ କେନ୍ଦ୍ର ସରକାରଙ୍କ ଆହ୍ବାନ କ୍ରମେ ସାରା ଭାରତ ବର୍ଷ ରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ହେଉଥିବା ଦେଖାଦେଇଛି । ତେବେ ଝାରସୁଗୁଡ଼ା ରେ ମଧ୍ୟ ଏହାର ପ୍ରଭାବ ବେଶ ବ୍ୟାପି ଚାଲିଛି । ଗାଁ ଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଉଦ୍ୟମ ଚଲାଇଛନ୍ତି ।ଝାରସୁଗୁଡ଼ା ସହର ରେ ବିଦ୍ୟାଳୟ, କଲେଜ୍, ସରକାରୀ କାର୍ଯ୍ୟାଳୟ, ସାମାଜିକ ସଂଗଠନ, ଅନୁଷ୍ଠାନ ସମସ୍ତେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ତେବେ ଆଜି ଝାରସୁଗୁଡ଼ା ଟାଉନ୍ ଥାନା ପୋଲିସ୍ ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ରାଜରାସ୍ତା କୁ ଓହ୍ଲାଇଛି ।
ଟାଉନ୍ ଥାନା କାର୍ଯ୍ୟଳୟ ରୁ ପୋଲିସ୍ ଅଧିକାରୀ ଙ୍କ ସମେତ ଅନେକ ପୋଲିସ୍ ତ୍ରିରଙ୍ଗା ଧରି ତ୍ରିରଙ୍ଗା ଯାତ୍ରା କରିଥିଲେ। ଏହା ଟାଉନ୍ ଥାନା ରୁ ବାହାରି ଝାରସୁଗୁଡ଼ା ବସଷ୍ଟାଣ୍ଡ ଗାନ୍ଧୀ ମୂର୍ତ୍ତୀ ପର୍ଯ୍ୟନ୍ତ ଯାଇଥିଲା । ତେବେ ପୋଲିସ୍ ପକ୍ଷରୁ ବାହାରି ଥିବା ଏହି ତ୍ରିରଙ୍ଗା ରାଲି ଜନସାଧାରଣ କୁ ହର୍ ଘର୍ ତ୍ରିରଙ୍ଗା ପାଇଁ ଏକ ପ୍ରେରଣା ପ୍ରଦାନ କରିଛି।
0 Comments