ଝାରସୁଗୁଡ଼ା ପୌରପରିଷଦ ନାଁ ରେ ଆସିଲା ଅଭିଯୋଗ । ୱାର୍ଡ ନମ୍ବର୍ ତିନି ର ବାସିନ୍ଦା କଲେ ଅଭିଯୋଗ ।

 
ଝାରସୁଗୁଡ଼ା ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର୍ ୩ ସରବାହାଲ ଅଞ୍ଚଳ ରେ ଦେଖିବାକୁ ମିଳିଛି ଡ୍ରେନେଜ ସମସ୍ୟା । ବର୍ଷା ଦିନ ରେ ଏହି ଅଞ୍ଚଳ ରେ ପାଣି ଜାମ ସମସ୍ୟା ଦେଖା ଯାଇଥାଏ । ତେବେ ଏହି ଅସୁବିଧା ଆଜି ର ନୁହେଁ ଏହା ଦୀର୍ଘଦିନ ରୁ ଚାଲି ଆସୁଛି । ବର୍ଷା ହେଲେ ନାଳ ରେ ପାଣି ଜାମ ହୋଇଯାଏ  ଏବଂ ଘର ଭିତରକୁ ପଶି ଥାଏ । ମଝି ରାସ୍ତା ରେ ମଧ୍ୟ ପାଣି ଜାମ ହୋଇ ରହିଯାଏ । ଯାହା ଫଳରେ ଯିବା ଆସିବାରେ ଅସୁବିଧା ସୃଷ୍ଟି ହୋଇଥାଏ । ଏହି ସମସ୍ୟା ଏବେ ପୁଣି ଦେଖିବାକୁ ମିଳିଛି । ପୌରପରିଷଦ ରେ ଅଭିଯୋଗ ହେବ ପରେ ମଧ୍ୟ ଡ୍ରେନେଜ୍ ସମସ୍ୟା ଦୂର ହୋଇପାରି ନାହିଁ ।

ସ୍ଥାନୀୟ କାଉନସିଲର ଙ୍କୁ ମଧ୍ୟ ଅଭିଯୋଗ କଲେ ଫଳାଫଳ କିଛି ମିଳୁ ନ ଥିବା ଅଞ୍ଚଳବାସୀ କହିଛନ୍ତି । ତେବେ ଏଥର ପୌରପରିଷଦ କୁ ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆସିଥିବା ବେଳେ ସହରବାସୀ ଙ୍କ ଆଶା ଥିଲା ଏବର୍ଷ ସମସ୍ତ ଡ୍ରେନେଜ୍ କାମ ସଠିକ୍ ସମୟରେ ହେବ ଏବଂ ସହରବାସୀ ଅସୁବିଧା ର ସମ୍ମୁଖୀନ ହେବେ ନାହିଁ ବୋଲି କିନ୍ତୁ ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆସିଲା ପରେ ମଧ୍ୟ ଡ୍ରେନେଜ୍ କାମ ରେ କୌଣସି ସୁଧାର ଆସି ପାରିଲା ନାହିଁ । ତେବେ ଏପରି ପରିସ୍ଥିତି ରେ ଏହି ୩ ନମ୍ବର୍ ୱାର୍ଡ ର ବାସିନ୍ଦା କାହା ପାଖକୁ ନିଜର ଅସୁବିଧା ନେଇ ଯିବେ ?

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done