ସଦଭାବନା ଦିବସ ଅବସରରେ ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ


 ସଦଭାବନା ଦିବସ ଅବସରରେ ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଶପଥ ପାଠ ଅନୁଷ୍ଠିତ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମତିଥି 

ଅବସରରେ ପାଳିତ       ସଦଭାବନା ଦିବସରେ ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ନାୟକ ( ସାଧାରଣ ) ସମବେତ ଅଧିକାରୀ ଓ କର୍ମଚାରୀଙ୍କୁ ଏକତା ଓ ସଦଭାବନାର ଶପଥ ପାଠ କରାଇଥିଲେ । କୌଣସି ହିଂସାର ଆଶ୍ରୟ ନ ନେଇ ସମସ୍ତ ପ୍ରକାରର ମତଭେଦକୁ ଆପୋଷ କଥାବାର୍ତ୍ତା ଓ ସାମ୍ବିଧାନିକ ନୀତି ନିୟମ ଅନୁଯାୟୀ ସମାଧାନ କରିବା ପାଇଁ ସମସ୍ତେ  ଶପଥ ନେଇଥିଲେ । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ଲଙ୍କେଶ୍ୱର ଅମାତ , ଡେପୁଟି କଲେକ୍ଟର ନିବେଦିତା ପ୍ରଧାନ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା , ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ରଞ୍ଜିତା ପଣ୍ଡାଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done