ଜିଲ୍ଲାରେ ବାଲ୍ୟ ବିବାହ ନିରାକରଣ ପାଇଁ ସଚେତନତା ରଥର ଶୁଭାରମ୍ଭ ।

 

ଜିଲ୍ଲାରେ ଗଡ଼ିଲା ବାଲ୍ୟ ବିବାହ ନିରାକରଣ ସଚେତନତା ରଥ । ଆଜି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ସରୋଜ କୁମାର ସାମଲ  ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ସଚେତନତା ରଥ ଚଳିତ ଅଗଷ୍ଟ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ବ୍ୟାପୀ ବୁଲିବା ସହ ବାଲ୍ୟ ବିବାହ ନିରାକରଣ ସଚେତନତା ବାର୍ତ୍ତା ପ୍ରଚାର କରିବ । ଜିଲ୍ଲାପାଳ ଶ୍ରୀ ସାମଲ ଏହି ଅବସରରେ ବାଲ୍ୟ ବିବାହକୁ ଜିଲ୍ଲାରେ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ବ୍ୟାପକ ଜନ ସଚେତନତାର ଆବଶ୍ୟକତା ରହିଥିବାର କହିଥିଲେ । ବାଲ୍ୟ ବିବାହ ବନ୍ଦ ହେଲେ ମହିଳାମାନେ ଶିକ୍ଷା ଲାଭ କରିପାରିବେ । ଏହା ବନ୍ଦ ହେଲେ ସମାଜ ଓ ପରିବାର ସୁସ୍ଥ ରହିବ । ମହିଳାଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବାଲ୍ୟ ବିବାହ ବନ୍ଦ ହେବା ଉଚିତ ବୋଲି ଜିଲ୍ଲାପାଳ ମତ ଦେଇଛନ୍ତି । ଜିଲ୍ଲାରେ ବାଲ୍ୟ ବିବାହ ରୋକିବା ନିମନ୍ତେ ବିଭିନ୍ନ ସମ୍ପ୍ରଦାୟ ଓ ଗୋଷ୍ଠୀ ମୁଖ୍ୟମାନଙ୍କ ସହ ମଧ୍ୟ ଆଲୋଚନା କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।



ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ଲଙ୍କେଶ୍ୱର ଅମାତ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମେହେରୁନ୍ନିସା ବେଗମ , ଜିଲ୍ଲା ପଞ୍ଚାୟତ ଅଧିକାରୀ ଅମ୍ବରିଶ ରଥ ,ଜିଲ୍ଲା ଶ୍ରମ ଅଧିକାରୀ ସୁନିତା କିସାନ, ଜିଲ୍ଲା ନିୟୋଜନ ଅଧିକାରୀ ସଙ୍ଗୀତା ମେହେର , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା , ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ଆନନ୍ଦିନୀ ପାଢ଼ୀ , ଜିଲ୍ଲା ସଂଯୋଜିକା(ବାଲ୍ୟ ବିବାହ) ରଞ୍ଜିତା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।ପିଓ ବୃନ୍ଦାବତୀ ପଣ୍ଡା , ଡି ପି ଏମ୍ ( ଏନ୍ ଓ ପି ) ରମେଶ ଚନ୍ଦ୍ର ମିଶ୍ର , ଜିଲ୍ଲା ସଂଯୋଜକ ( ମମତା ) ତୁଷାରକାନ୍ତ ନାୟକ , ବେଣୁଧର ଛଛାନ ,  ସୁପ୍ରଭାଇଜର ଶିଲା ପ୍ରଧାନ , ରମାକାନ୍ତ ପଟେଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done