ଜାତୀୟ ପତାକା କୁ ଅସମ୍ମାନ

 

ଜାତୀୟ ପତାକାକୁ “ଟାୱେଲ” ଭାବରେ ବ୍ୟବହାର କରିଥିବାରୁ ବୁଧବାର ଦିନ ଝାରସୁଗୁଡା ଜିଲ୍ଲାର ବନହରପାଲି ଥାନା ଅନ୍ତର୍ଗତ ବନ୍ଧବାହାଲରେ ଥିବା ଏକ ମାଂସ ଷ୍ଟଲର ମାଲିକଙ୍କୁ ପୋଲିସ ଗିରଫ କରିଛି।

 ଏକ ଭିଡିଓରେ ଦଖିବାକୁ ମିଳିଛି ଯେ ଗୋଟିଏ ମାଂସ ଷ୍ଟଲରେ ଜାତୀୟ ପତାକାରେ ଛେଳିର କଟାଯାଇଥିବା ମୁଣ୍ଡକୁ ଢଙ୍କା ଯାଇଥିଲା । ସେହି ମାଂସ ଷ୍ଟଲ ସମ୍ମୁଖରୁ ଯାଉଥିବା ଜଣେ ଯୁବକ ଙ୍କ ଦୃଷ୍ଟି ପଡ଼ିଥିଲା । ତେବେ ଯୁବକ ଜଣକ ମାଂସ ଷ୍ଟଲର ଜଣେ କର୍ମଚାରୀଙ୍କୁ ଏମିତି ଜାତୀୟ ପତାକାର ଅସମ୍ମାନ କରୁଥିବା ଦେଖି ବାରଣ କରିଥିଲେ । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।


ମାଂସ ଷ୍ଟଲ୍ ମାଲିକ ମଧ୍ୟ ଉକ୍ତ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରୁଥିବା ଏବଂ ସେ ଏହାକୁ  ବ୍ୟବହାର କରୁଥିବାର ଦେଖାଯାଇଥିଲା । ତେବେ ଜାତୀୟ ପତାକା ପ୍ରତି ଅସମ୍ମାନ ଅଭିଯୋଗରେ ପଚରାଉଚରା ପାଇଁ ଅଭିଯୁକ୍ତକୁ ଅଟକ ରଖିଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done