ସତ୍ୟ ସାଇ ସେବା ସଂଗଠନ ଦ୍ୱାରା ବ୍ରିଜ ଉପରେ ଥିବା ଖାଲ ହେଲା ମରାମତି l

 



ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ନିକଟ ଉନ୍ଦେର ନଦୀ ବ୍ରିଜ ଉପରେ ଜାଗା ଜାଗାରେ ଖାଲଖମାର ହୋଇ ମରଣାଯନ୍ତ୍ର ପାଲଟିଯାଇଥିଲା । ଏହି ବ୍ରିଜ ବଲାଙ୍ଗୀର, କଳାହାଣ୍ଡି ଓ ନୁଆପଡା ଜିଲ୍ଲାର ସିମାନ୍ତରେ ରହିଛି । ସେହିପରି ବିଶାଖାପଟନମ ରୁ ରାଇଗଡା କୁ ଏହି ବ୍ରିଜ ଦେଇ ଗଲେ ଦୁରତା କମ ପଡୁ ଥିବାରୁ ତଥା ପଶ୍ଚିମ ଓଡିଶାର ଜଣାଶୁଣା ବ୍ୟବସାୟିକ ପେଣ୍ଠ ସ୍ଥଳ କଣ୍ଟାବାଞ୍ଜିରୁ ଧର୍ମଗଡ ଓ  ଭବାନିପାଟଣା ଏବଂ ଟିଟିଲାଗଡରୁ ନୁଆପଡା, ରାୟପୁର ଯିବାକୁ ହେଲେ ଏହି ବ୍ରିଜ ଦେଇ ଗଲେ ଦୁରତା କମ ପଡେ । ୨୦୦୫ ରେ ସରକାର ଉନ୍ଦେର ନଦୀ ବ୍ରିଜ କୁ ସାଧାରଣ ଜନତାଙ୍କ ପାଇଁ ଉତ୍ସର୍ଗୀକୃତ କରିଥିଲେ। କିନ୍ତୁ ବ୍ରିଜ ନିର୍ମାଣ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ମରାମତି ହୋଇନଥିବା ଅଞ୍ଚଳ ବାସି ଅଭିଯୋଗ କରନ୍ତି । ମରାମତି ପାଇଁ ବାରମ୍ବାର ପୂର୍ତ୍ତ ବିଭାଗ ତଥା ପ୍ରଶାସନ କୁ ଅଭିଯୋଗ କରାଯିବା ସତ୍ତ୍ୱେ କେହି କର୍ଣ୍ଣପାତ କରୁ ନ ଥିବାରୁ ଶେଷରେ ସ୍ଥାନୀୟ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ଆଜି ଖାଲଖମାର ଗୁଡିକ ମରାମତି କରାଯାଇଛି । ଉକ୍ତ ସଂଗଠନର ସଭାପତି ମନୋଜ ବେହେରା , ବଳରାମ ସାହୁ , ମୁନା ସାହୁ , ଜଗଦୀଶ ରାଓ , ବୈକୁଣ୍ଠ ସାହୁ ପ୍ରମୁଖଙ୍କ ସମେତ ମାରୱାଡ଼ି ଯୁବାମଞ୍ଚ ପୂର୍ବତନ ସଭାପତି ବଣ୍ଟି ଜୈନ ପ୍ରମୁଖ ବ୍ରିଜ ଉପରେ ପହଞ୍ଚି ନିଜେ ବାଲି ସିମେଣ୍ଟ ଆଦି ନେଇ ମରାମତି କରିଛନ୍ତି । ବ୍ରିଜ ପାଇଁ ଟୋଲଗେଟ ରେ ଲକ୍ଷ ଲକ୍ଷ ଟଙ୍କା ଟିକସ ଅସୁଲ କରୁଛନ୍ତି ସରକାର କିନ୍ତୁ ମରାମତି ପାଇଁ ଆଦୌ ଦୃଷ୍ଟି ନ ଦେବା ବିଭାଗିୟ ଅଧିକାରୀ ମାନଙ୍କ ଖାମଖିଆଲି ମନୋଭାବ ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ତେବେ ସତ୍ୟସାଇ ସଂଗଠନର କର୍ମକର୍ତ୍ତା ମରାମତି କାମ କରିଥିବାରୁ ବିଭିନ୍ନ ମହଳରୁ ଲୋକେ ପ୍ରଶଂସା କରିଛନ୍ତି ।





Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done