ସ୍ଵଳ୍ପସଂଚୟ ବିଭାଗ ଝାରସୁଗୁଡା ଆନୁକୂଲ୍ୟରେ ରାଜପୁର ପଞ୍ଚାୟତ ସମ୍ମିଳନୀ ଗୃହରେ ଆର୍ଥିକ ସାକ୍ଷରତା ତଥା ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସୁରେନ୍ଦ୍ର ପଣ୍ଡା, ସିନିୟର ପୋଷ୍ଟାଲ ସୁପରିଟେଣ୍ଡେଣ୍ଟ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତୀୟ ଡାକସେବାର ବିଭିନ୍ନ ବିଭାଗ ତଥା ଉପକାରିତା ଉପରେ ଆଲୋଚନା କରିଥିଲେ। ସେ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ତଥା ସୁକନ୍ୟା ସମୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଥିଲେ। ହରିଶ ସଜ୍ଜନାପୁ ବରିଷ୍ଠ ନିରୀକ୍ଷକ ଭାରତ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ବିଭିନ୍ନ ଉପାଦେୟତା ଉପରେ ଆଲୋକପାତ କରିଥିଲେ। ରଞ୍ଜିତା ପଣ୍ଡା,ଜିଲ୍ଲା ସ୍ଵଳ୍ପସଂଚୟ ତଥା ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ ସଭା ପରିଚାଳନା କରିବା ସହ ସ୍ଵଳ୍ପସଂଚୟ ଯୋଜନାର ବିଭିନ୍ନ ସ୍କିମ ,ତଥା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀଵନ ଜ୍ୟୋତି ଯୋଜନା, ଅଟଳ ପେନସନ ଯୋଜନା ଉପରେ ବିଶଦ ଭାବରେ ବୁଝାଇଥିଲେ।ଅଧିକ ସୁଧ ପ୍ରଦାନ କରୁଥିବା ଚିଟ ଫଣ୍ଡ ସଂସ୍ଥା ଠାରୁ ଦୂରରେ ରହିବାକୁ ବୁଝାଇଥିଲେ।ସାଇବର ଠକଙ୍କ ପ୍ରଲୋଭନର ଶିକାର ନହେବା ପାଇଁ ,କାହାକୁ ବ୍ୟାଙ୍କ ଖାତାର ବିବରଣୀ,ଏଟିଏମ କାର୍ଡର ନମ୍ବର, ପିନ ନମ୍ବର କାହାକୁ ନ ଦେବାକୁ ବୁଝେଇଥିଲେ।ଏହି ଶିବିରରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଆଙ୍ଗନ ବାଡ଼ି କର୍ମୀ,ଗ୍ରାମବାସୀ, ସୌରଭ କୁମାର ଭାରତ, ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ମେନେଜର, ହରିଶ୍ଚନ୍ଦ୍ର ଶତପଥୀ ପୋଷ୍ଟାଲ ଇନ୍ସପେକ୍ଟର,ଶ୍ରୀ ଥକାମନ ପ୍ରଧାନ, ବ୍ରାଞ୍ଚ ପୋଷ୍ଟ ମାଷ୍ଟର, ପୂଜାରିଣୀ ଧରୁଆ ,ତଥା ସ୍ବଳ୍ପସଂଚୟ ଅଭିକର୍ତ୍ତା ସନତ ସାହୁ,ଟିକେଶ୍ୱର ବେହେରା, ପ୍ରଶାନ୍ତ ପଟେଲ,ପ୍ରଫୁଲ୍ଲ ଦାସ ଏବଂ ଜଗନ୍ନାଥ ରାଉତ ଯୋଗ ଦେଇଥିଲେ।
0 Comments