ଲଇକେରା ବ୍ଲକ୍ ଲଇକେରାରେ ଗୋଟିଏ ପରିବାର ଦୀର୍ଘ ୧୨ ବର୍ଷ ହେଲା ଗୋଟିଏ ଗଛମୂଳେ ରହୁନ୍ତି । ସୁଧାକର ମେହେର ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ସୁଲୋଚନା ଓ ୧୧ ବର୍ଷର ପୁଅ ସହ ଏମିତି ଦୟନୀୟ ସ୍ଥିତିରେ ରହୁଛନ୍ତି । ତେବେ ସରକାରୀ ଯୋଜନାରୁ ପକ୍କା ଘରଟିଏ ନିର୍ମାଣ କରିବାକୁ ବାରମ୍ବାର ଆବେଦନ କଲେ ମଧ୍ୟ ନିରାଶ ହେବାକୁ ପଡୁଛି । ଏକ ହୋଟେଲରେ କାମ କରି ସୁଧାକର ସ୍ତ୍ରୀ , ପିଲାଙ୍କ ମୁହଁରେ ସୁଫଳ ଆହାର ଦେଉଛନ୍ତି । ସେହିଭଳି ପର ଘରେ ମୂଲ ଲାଗି ଘର ଚଳାଇବାରେ ସ୍ଵାମୀଙ୍କୁ ସହଯୋଗ କରୁଛନ୍ତି ସୁଲୋଚନା । ଗଛ କୁଡିଆ କରି କରି ରହୁଥିବା ଏହି ପରିବାର ଅଳ୍ପ ଖରା , ବର୍ଷାରେ ଚଳି ଯାଉଛନ୍ତି ; ମାତ୍ର ଖରା ବା ବର୍ଷାର ପ୍ରକୋପ ବୃଦ୍ଧି ପାଇଲେ ତିନି ପ୍ରାଣୀଙ୍କୁ ପର ଘର ପିଣ୍ଡା ଖୋଜିବାକୁ ପଡେ | ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା ଲଇକେରା ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଏହି ଦୃଶ୍ୟ ଦେଖିବାକୁ ମିଳେ ; ହେଲେ ଏଥୁପ୍ରତି କାହାରି ନିଘା ନାହିଁ । ଘର ଖଣ୍ଡେ ଲାଗି ୧୨ ବର୍ଷ ଧରି ସୁଧାକର ସ୍ଥାନୀୟ ବିଡ଼ିଓ , ପ୍ରଶାସନିକ ଅଧିକାରୀ , ସରପଞ୍ଚଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦ୍ବାରସ୍ଥ ହୋଇ ସେମାନଙ୍କୁ ଗୁହାରି କରୁଛନ୍ତି ; ମାତ୍ର ତାଙ୍କୁ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରିନାହିଁ
0 Comments