ଝାରସୁଗୁଡ଼ାଠାରେ ନୂତନ ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନା ଭବନ ଉଦ୍‌ଘାଟିତ


 -କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା  ଭର୍ଚୁଆଲ୍ ମାଧ୍ୟମରେ ରାଜ୍ୟର ୨୦ଟି ନୂତନ ସାଇବର ଥାନାର ଶୁଭାରମ୍ଭ।

ଡିଜିଟାଲ୍ ଅପରାଧର ମୁକାବିଲା ଓ ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଆଜି ଝାରସୁଗୁଡ଼ାଠାରେ ନୂତନ ଭାବେ ନିର୍ମିତ 'ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ' ଥାନା ଭବନ ଉଦ୍‌ଘାଟିତ ହୋଇଯାଇଛି। ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଆଭାସି ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

ରାଜ୍ୟର ୨୦ଟି ଜିଲ୍ଲାରେ ଏକସଙ୍ଗେ ୨୦ଟି ନୂତନ ସାଇବର ପୋଲିସ୍ ଷ୍ଟେସନର ଉଦ୍‌ଘାଟନ କରାଯାଇଥିବା ବେଳେ ଝାରସୁଗୁଡ଼ା ସେଥିମଧ୍ୟରୁ ଅନ୍ୟତମ। ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜି. ଆର ରାଘବେନ୍ଦ୍ର ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହିଥିଲେ।

ଏହି ନୂତନ ଥାନା ପ୍ରତିଷ୍ଠା ଦ୍ୱାରା ଜିଲ୍ଲାରେ ବଢୁଥିବା ସାଇବର ଠକେଇ ଏବଂ ଆର୍ଥିକ ଅନିୟମିତତା ମାମଲାଗୁଡ଼ିକର ତୁରନ୍ତ ତଦନ୍ତ ଓ ସମାଧାନ ହୋଇପାରିବ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done