ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୬ କାର୍ଯ୍ୟଶାଳା ଆୟୋଜିତ


 ଝାରସୁଗୁଡ଼ା ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୬ ଅବସରରେ ଝାରସୁଗୁଡ଼ା ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟଶାଳା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜବନ୍ଧୁ ଭୋଇ ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା ସମାଜ କଳ୍ୟାଣ ଅଧିକାରୀ ଶ୍ରୀମତୀ ଜୟନ୍ତୀ ଗର୍ତିଆ ସ୍ୱାଗତ ଭାଷଣ ପ୍ରଦାନ କରି ମହିଳା ସଶକ୍ତିକରଣକୁ ଏକ ନିରନ୍ତର ସାମାଜିକ ଆନ୍ଦୋଳନ ଭାବେ ଅଭିହିତ କରିଥିଲେ। ସେ ମହିଳାମାନଙ୍କ ଆଇନଗତ ଅଧିକାର ଓ ସାମାଜିକ ସ୍ଥିତି ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ। 

ଏହି କାର୍ଯ୍ୟଶାଳାରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ବିଶେଷଜ୍ଞମାନେ ରିସୋର୍ସ ପର୍ସନ୍ ଭାବେ ଯୋଗଦେଇ ମହିଳାମାନଙ୍କ ବିକାଶ ଓ ସୁରକ୍ଷା ଉପରେ ନିଜର ମୂଲ୍ୟବାନ ମତାମତ ରଖିଥିଲେ। ଲିଗାଲ୍ ଏମ୍ପାନେଲ୍ଡ ଆଡଭୋକେଟ୍ ଶ୍ରୀମତୀ ବି. ନାଗେଶ୍ୱରୀ ମହିଳାଙ୍କ ଆଇନଗତ ଅଧିକାର ଓ ସୁରକ୍ଷା ବ୍ୟବସ୍ଥା ବିଷୟରେ ସଚେତନତା ସୃଷ୍ଟି କରିଥିବାବେଳେ, ସେହାଡ଼ା (SEHADA) ଏନଜିଓ ର ନିର୍ଦ୍ଦେଶକ ଶ୍ରୀମତୀ ଆନନ୍ଦିନୀ ପାଢ଼ୀ ମହିଳାଙ୍କ ଆର୍ଥିକ ସ୍ୱାବଳମ୍ବନ ଓ ସାମାଜିକ ନେତୃତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ପୋଲିସ ପ୍ରଶାସନ ପକ୍ଷରୁ ଡିଏସପି ମାଡାମ୍ ହସଦା ମାଣ୍ଡା ମହିଳା ସୁରକ୍ଷା ଓ ଅପରାଧ ନିବାରଣ ସମ୍ପର୍କରେ ସୂଚନା ଦେଇଥିଲେ। ସେହିପରି ଚାଇଲ୍ଡ ୱେଲଫେୟାର କମିଟିର ଅଧ୍ୟକ୍ଷ ଶ୍ରୀ ଆଶିଷ ପଣ୍ଡା ଶିଶୁ ସୁରକ୍ଷା ଓ ପରିବାର ମୂଲ୍ୟବୋଧ ଏବଂ ଓଏଲଏମ ର ଡିପିଏମ ଶ୍ରୀମତୀ ପୁଷ୍ପଶ୍ରୀ ନାୟକ ମହିଳା ସ୍ୱୟଂ ସହାୟତା ଗୋଷ୍ଠୀ ମାଧ୍ୟମରେ ଆତ୍ମନିର୍ଭରଶୀଳ ହେବା ଉପରେ ନିଜର ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମର ପରିସମାପ୍ତିରେ ସଦର ସୁରକ୍ଷା ଅଧିକାରୀ ଶ୍ରୀମତୀ ମୀନାକ୍ଷୀ ରାଜ ସମାପନୀ ଭାଷଣ ପ୍ରଦାନ କରି ଏକ ସମାନତାମୂଳକ ସମାଜ ଗଠନ ପାଇଁ ସମସ୍ତଙ୍କୁ ସଙ୍କଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ। ପି.ଓ-କମ୍-ପି.ଓ ଶ୍ରୀମତୀ ଯାଜ୍ଞସେନୀ ମହାନନ୍ଦ ସଭା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଜିଲ୍ଲା ସଂରକ୍ଷକ ଶ୍ରୀ ଲିଲେଶ୍ୱର ସାହୁ ଓ ଜିଲ୍ଲା ହବ୍‌ର ସମସ୍ତ କର୍ମଚାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିରେ ବହୁ ସଂଖ୍ୟାରେ ଅଙ୍ଗନୱାଡ଼ି ଓ ଆଶା କର୍ମୀଙ୍କ ସମେତ ବିଭିନ୍ନ ବିଭାଗର ପ୍ରତିନିଧିମାନେ ଉପସ୍ଥିତ ରହି ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟଶାଳାକୁ ସଫଳ କରିଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done