ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡର ସ୍ଥାପନା ଦିବସ ପାଳନ ଅବସରରେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ହାଫ୍ ମାରାଥନର ଆୟୋଜନ କରାଯାଇଥିଲା । ତେବେ ଆୟୋଜିତ ଏହି ହାଫ୍ ମାରାଥନ୍ରେ ଝାରସୁଗୁଡା ଏସ୍ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ସାମିଲ ହୋଇଥିଲେ । ସେ ୨୧.୧ କି.ମି. ଦୂରତା ଦୌଡ଼କୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିଥିବାରୁ ତାଙ୍କୁ ଆର୍ଏସ୍ପି ପକ୍ଷରୁ ପଦକ ପ୍ରଦାନ କରାଯାଇଥିଲା । ଏହି ମାରାଥନ୍ରେ ବିଭିନ୍ନ ରାଜ୍ୟର ୧୨୫୧ ଜାତୀୟ ଦୌଡାଳିଙ୍କ ସମେତ ୫ହଜାରରୁ ଊର୍ଦ୍ଧ ପଞ୍ଜୀକରଣ କରିବା ସହ ଅଂଶଗ୍ରହଣ କରିଥିଲେ । ଉକ୍ତ ଦୌଡ଼ ପ୍ରତିଯୋଗିତା ସେକ୍ଟର-୬ ଇସ୍ପାତ ଷ୍ଟାଡିୟମ୍ରୁ ଆରମ୍ଭ ହୋଇ ସହରର ବିଭିନ୍ନ ଛକ ଅତିକ୍ରମ କରିବା ପରେ ପୁନଃ ଷ୍ଟାଡିୟମ୍ରେ ଶେଷ ହୋଇଥିଲା । ଏହି ବୃହତ୍ତମ ଗଣଦୌଡରେ ସୁନ୍ଦରଗଡ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ରଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ । ଏହି ମାରାଥନ ଜରିଆରେ ସୁରକ୍ଷିତ ସ୍ବାସ୍ଥ୍ୟ ପାଇଁ ନିୟମିତ ଦୌଡ଼ର ର ଉପକାରିତା ବିଷୟରେ ଲୋକଙ୍କୁ ବାର୍ତ୍ତା ପ୍ରଦାନ କରାଯାଇଥିଲା ।


0 Comments