ଟୋଲ ଗେଟ୍ ଜୋରିମାନା ଏପ୍ରିଲ ପହିଲା ଯାଏ ବନ୍ଦ


 ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ କଟକଣା କୋହଳ; ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି | 

୧୦ ହଜାର ଟଙ୍କା ଜରିମାନା ଉପରେ ଲାଗିଲା ରୋକ୍‌, ଟୋଲ୍ ଗେଟ୍‌ରେ କଟିବନି ଇ-ଚାଲାଣ | 

ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଗାଡ଼ି ମାଲିକମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ପ୍ରକାଶ ପାଇଛି। ରାଜ୍ୟରେ ବାୟୁ ପ୍ରଦୂଷଣ ମାତ୍ରା କମାଇବା ପାଇଁ ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଥିବା ବେଳେ, ବର୍ତ୍ତମାନ ଏଥିରେ କୋହଳ କରାଯାଇଛି। ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ, ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଆଦାୟ କରାଯାଉଥିବା ମୋଟା ଅଙ୍କର ଜରିମାନା ଉପରେ ସାମୟିକ ଭାବେ ରୋକ୍ ଲଗାଯାଇଛି। ଆସନ୍ତା ୨୦୨୬ ମସିହା ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ପ୍ରଦୂଷଣ ଚାଲାଣ କଟାଯିବ ନାହିଁ ବୋଲି ବିଭାଗୀୟ ସୂତ୍ରରୁ ସ୍ପଷ୍ଟ କରାଯାଇଛି।

ସୂଚନା ଅନୁଯାୟୀ, ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ପୂର୍ବରୁ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ପଡୁଥିଲା, ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ବିଶେଷକରି ଜାତୀୟ ରାଜପଥର ଟୋଲ୍ ଗେଟ୍‌ଗୁଡ଼ିକରେ ଲାଗିଥିବା କ୍ୟାମେରା ଓ ସଫ୍ଟୱେର୍ ଜରିଆରେ ସ୍ୱୟଂଚାଳିତ ଭାବେ (ଇ-ଡିଟେକସନ) କଟୁଥିବା ଚାଲାଣକୁ ମଧ୍ୟ ବନ୍ଦ ରଖାଯାଇଛି। କେବଳ ସେତିକି ନୁହେଁ, ବର୍ତ୍ତମାନ ପ୍ରଚଳିତ ଥିବା ୧୦ ହଜାର ଟଙ୍କାର ଜରିମାନା ରାଶିକୁ ହ୍ରାସ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ତର୍ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଦିନରେ ଏହି ଜରିମାନା ରାଶି ସାଧାରଣ ଲୋକଙ୍କ ସାମର୍ଥ୍ୟ ମୁତାବକ ଧାର୍ଯ୍ୟ କରାଯିବାର ସମ୍ଭାବନା ରହିଛି। ଯଦିଓ ବର୍ତ୍ତମାନ ପାଇଁ ଜରିମାନା ଭୟ ଟଳିଯାଇଛି, ତଥାପି ପରିବେଶ ସୁରକ୍ଷା ତଥା ଶେଷ ମୁହୂର୍ତ୍ତର ଭିଡ଼ରୁ ବଞ୍ଚିବା ପାଇଁ ଗାଡ଼ି ମାଲିକମାନେ ଯଥାଶୀଘ୍ର ପ୍ରଦୂଷଣ ପ୍ରମାଣପତ୍ର ହାସଲ କରିନେବାକୁ ପରାମର୍ଶ ଦିଆଯାଇଛି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done