ଝାରସୁଗୁଡ଼ା ଜିଲ୍ଲାର ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ଵାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ୬ଟି ନିବେଶ ପ୍ରସ୍ତାବ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯିବା ସହିତ ସେଗୁଡ଼ିକୁ ମଞ୍ଜୁରୀ ଦେବା ନେଇ ସମୀକ୍ଷା ମଧ୍ୟ କରାଯାଇଥିଲା। ଜିଲ୍ଲାପାଳ ଶ୍ରୀ ଚହ୍ଵାଣ ସମ୍ପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଉକ୍ତ ପ୍ରସ୍ତାବଗୁଡ଼ିକୁ ଶୀଘ୍ର କ୍ଲିୟରାନ୍ସ ଦେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ବୈଠକରେ ଜିଲ୍ଲାର ଅର୍ଥନୈତିକ ବିକାଶ ଓ ପୁଞ୍ଜି ବିନିଯୋଗକୁ ସୁଦୃଢ଼ କରିବା ପାଇଁ ୬ଟି ନିବେଶ ପ୍ରସ୍ତାବ ଗ୍ରହଣ କରାଯାଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ପ୍ରସ୍ତାବଗୁଡ଼ିକ ମୁଖ୍ୟତଃ ରସାୟନିକ ଏବଂ ପେଟ୍ରୋକେମିକାଲ୍, ରିଫ୍ରାକ୍ଟୋରୀ ଇଟା, ପ୍ରି-ଷ୍ଟ୍ରେସ୍ଡ୍ କଂକ୍ରିଟ୍ ସ୍ଲିପର୍ ଏବଂ ପଞ୍ଜୀକୃତ ଯାନବାହନ ସ୍କ୍ରାପିଂ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ରହିଥିଲା। ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ , ସମ୍ବଲପୁରର ଇଡକୋ ପ୍ରତିନିଧି , ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ, ଝାରସୁଗୁଡ଼ା ଏବଂ କୋଲାବିରା ତହସିଲଦାର , ଲିଡ୍ ଜିଲ୍ଲା ମ୍ୟାନେଜର; ଯୁଗ୍ମ କମିଶନର, ସିଟି ଏବଂ ଜିଏସଟିର ପ୍ରତିନିଧି ତଥା ଦିପା (DIPA) ର ଅଧିକାରୀଗଣ ଏହି ବୈଠକରେ ଉପସ୍ଥିତ ଥିଲେ।


0 Comments