ଆଜି ବିଶ୍ବ କର୍କଟ ଦିବସ


 "କେନ୍ସର" ଶବ୍ଦ ଟି ଯେତିକି ଛୋଟ ରୋଗ ଟି ସେତିକି ବଡ଼। ଲଙ୍ଗ କେନ୍ସର ରୁ ଧରି ବ୍ରେଷ୍ଟ କେନ୍ସର। ପୁରୁଷ ରୁ ଆରମ୍ଭ କରି ସ୍ତ୍ରୀ ଏବଂ ଛୋଟ ଛୋଟ ଛୁଆ। ଏଭଳି କୌଣସି ବର୍ଗ ନାହିଁ ଯାହା କେନ୍ସର ରୁ ଅଛୁଆଁ ରହିଛି। 

ଭାରତରେ କର୍କଟ ରୋଗ ଏକ ପ୍ରମୁଖ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟା। କର୍କଟ ରୋଗର ସଂଖ୍ୟା ବୃଦ୍ଧି ପାଉଛି, ଏବଂ ଅନେକ ରୋଗୀଙ୍କ ମଧ୍ୟରେ ଆଡଭାଂସ କର୍କଟ ରୋଗ ଦେଖିବାକୁ ମିଳୁଛି। ଏହା ମୁଖ୍ୟତଃ ସଚେତନତାର ଅଭାବ,  ରୋଗ ନିର୍ଣ୍ଣୟ ସୁବିଧା ସମେତ ଅନେକ କାରଣ ଯୋଗୁଁ ହୋଇଥାଏ। ୨୦୨୨ ମସିହାରେ ଭାରତରେ ପ୍ରାୟ ୧,୪୬୧,୪୨୭ ନୂତନ କର୍କଟ ରୋଗ ଚିହ୍ନଟ ହୋଇଥିବା ବେଳେ 

୨୦୨୦ ରୁ ୨୦୨୫ ପର୍ଯ୍ୟନ୍ତ କର୍କଟ ରୋଗର ପରିମାଣ ୧୨.୮% ବୃଦ୍ଧି ପାଇବାର ଆଶା କରାଯାଉଛି। ତେବେ ଏହି କର୍କଟ ବା କେନ୍ସର ରୋଗ ର ଚିହ୍ନଟ ଆମେ ଯଦି ଟପ୍ ୧୦ ରାଜ୍ୟ ହିସାବରେ କରିବା ତେବେ କେରଳ ପ୍ରଥମ ଏବଂ ପଞ୍ଜାବ ଦଶମ ସ୍ଥାନରେ ରହିଛି। କେନ୍ସର ରେ ମୁଖ୍ୟତଃ ଚାରୋଟି ଷ୍ଟେଜ ଥାଏ  ଏବଂ ଚତୁର୍ଥ ଷ୍ଟେଜ ଟି ଲାଷ୍ଟ ଷ୍ଟେଜ ଅଟେ। ତେବେ କେନ୍ସର କୁ ରୋକିବା ପାଇଁ ଏକ ଜାଗୃତ ଜନତା ଭାବେ ଆମେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିରେ ଉନ୍ନତି ଆଣିବା,

ଜନସଚେତନତା ବୃଦ୍ଧି କରିବା,

କର୍କଟ ଚିକିତ୍ସା ସୁବିଧାଗୁଡ଼ିକର ପ୍ରସାର କରିବା 

ଜୀବନଶୈଳୀରେ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା,ଯେପରିକି ସନ୍ତୁଳିତ ଖାଦ୍ୟ ଏବଂ ତମାଖୁ ବନ୍ଦ କରିବା,

ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା

କର୍କଟ ରୋଗରୁ ବଞ୍ଚିଥିବା ଲୋକଙ୍କୁ ସହାୟତା କରିବା ଭଳି କାର୍ଯ୍ୟ କରି କର୍କଟ ରୋଗୀ ଙ୍କ ପ୍ରତି ସହାୟକ ହୋଇ ପାରିବା।

ତେବେ ଆଜି ଏହି ଏହି ବିଶ୍ୱ କର୍କଟ ଦିବସରେ, ଆସନ୍ତୁ ଏକାଠି ଠିଆ ହେବା, ପରସ୍ପରକୁ ସାହାଯ୍ୟ କରିବା ଏବଂ ଆଶା ଓ ସ୍ଥିରତାର ଶକ୍ତିରେ ବିଶ୍ୱାସ କରିବା କେବେ ବନ୍ଦ କରିବା ନାହିଁ।"

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done