ଝାରସୁଗୁଡ଼ା ରେ ଦିନ କୁ ଦିନ ବଢ଼ିବାରେ ଲାଗିଛି ବିଜେଡ଼ି ର ବଳ । ଶଙ୍ଖ ଶିବିର ଆଡକୁ ଢ଼ଳୁଛନ୍ତି ବିରୋଧୀ । ଆଜି ଏକ ମିଶ୍ରଣ ପର୍ବରେ ବିଜେଡି ରେ ମିଶିଛନ୍ତି ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ । ମଙ୍ଗଳ ସାହୁ ଦୁଇ ଥର ବିଜେପି ରାଜ୍ୟ ପରିଷଦରେ କାର୍ଯ୍ୟ କରିଛନ୍ତି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ସାଂସଦ ପ୍ରତିନିଧି ମଧ୍ୟ ରହିସାରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼ ସାଂସଦ ଥିବା ସମୟରେ ମଙ୍ଗଳ ସାହୁ ସାଂସଦ ପ୍ରତିନିଧି ଥିଲେ । ୨୫ ବର୍ଷ ଧରି ମଙ୍ଗଳ ସାହୁ ବିଜେପି ସହିତ ସାମିଲ୍ ଥିଲେ ହେଲେ ଏବେ ବିଜେପି ରେ ପୁରୁଣା ନୀତି ଆଦର୍ଶ ନାହିଁ ବୋଲି କ୍ଷୋଭ ପ୍ରକାଶ କରି ବିଜେଡି ଦଳ ରେ ସାମିଲ ହୋଇଥିବା ନେଇ ଶ୍ରୀ ସାହୁ କହିଛନ୍ତି । ବିଜେପି ସଂଗଠନ ମଜବୁତ୍ କରିବା ପାଇଁ ଦିନରାତି ପରିଶ୍ରମ କରିଥିବା ବେଳେ ଏବେ ଦଳରେ ଅଣଦେଖା ହୋଇଛନ୍ତି ବୋଲି କହିଛନ୍ତି ମଙ୍ଗଳ । ସ୍ବର୍ଗତ ବିଧାୟକ ନବ ଦାସ୍ ଙ୍କ ପାଇଁ ସେ ଦୁଃଖିତ ତେଣୁ ତଦନ୍ତ ଚାହୁଛି ହେଲେ ଏହେକୁ ରାଜନୀତିକରଣ କରା ନ ଯାଉ ବୋଲି ସେ କହିଛନ୍ତି । ଜିଲ୍ଲା ଆହୁରି ଅନେକ ପ୍ରସଙ୍ଗ ମଧ୍ୟ ରହିଛି ସେ ସବୁ ମୁଖ୍ୟମନ୍ତ୍ରୀ ଙ୍କୁ ଦୃଷ୍ଟି କୁ ଆସି ନାହିଁ । ବିଜେଡି ଦଳ କୁ ମଜବୁତ୍ କରିବା ପାଇଁ କାର୍ଯ୍ୟ କରିବି ବୋଲି ଶ୍ରୀ ସାହୁ କହିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବିଚାରଧାରା ରେ ପ୍ରଭାବିତ ହୋଇ ସେ ବିଜେଡି ରେ ଯୋଗ ଦେଲେ ବୋଲି କହିଛନ୍ତି । ଆଗକୁ ଆହୁରି ବିଜେପି କର୍ମୀ ବିଜେଡି ରେ ସାମିଲ୍ ହେବେ ବୋଲି ଶ୍ରୀ ସାହୁ ସୂଚାଇ ଦେଇଛନ୍ତି । ପଦବୀ ର ଆଶା ରଖି ନାହାଁନ୍ତି ବୋଲି ସେ କହିବା ସହିତ ଜିଲ୍ଲା ରେ ରହିଥିବା ସମସ୍ୟାକୁ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି କୁ ଆଣି ସମାଧାନ କରିବି ବୋଲି ସେ କହିଛନ୍ତି । ସମସ୍ତଙ୍କୁ ସାଂସଦ ମାନସ ମଙ୍ଗରାଜ ବିଜେଡି ଦଳକୁ ସ୍ବାଗତ କରିଥିଲେ ।
0 Comments