ପ୍ରଶାସନ ଉଦ୍ୟମରତ ବୋଲି ଜିଲ୍ଲାପାଳ ଶ୍ରୀ ସାମଲ କହିଛନ୍ତି। ପ୍ରସୂତୀ ଓ ଗର୍ଭବତୀ ମହିଳା , ଶିଶୁ ସ୍ୱାସ୍ଥ୍ୟ ସେବା, ପରିବାର ନିୟୋଜନ , ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଦ୍ୱାରା ସ୍ଥାନୀୟ ଜନସାଧାରଣ ଉପକୃତ ହେବେ ବୋଲି ଜିଲ୍ଲାପାଳ କହିଥିଲେ। କାର୍ଯ୍ୟକ୍ରମରେ
ଝାରସୁଗୁଡ଼ା ପୋୖର ପରିଷଦ ଅଧ୍ୟକ୍ଷା ରାନୀ ହାତୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଡୋଳାମଣି ପଟେଲ, ଝାରସୁଗୁଡ଼ା ପୌରପରିଷଦ ନିର୍ବାହୀ ଅଧିକାରୀ ମନୋଜ କୁମାର ତାଣ୍ଡି ଓ ସ୍ଥାନୀୟ ପାରିଷଦ ପ୍ରମୁଖ ଯୋଗ ଦେଇ ଅଞ୍ଚଳର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଏହି କେନ୍ଦ୍ର କାର୍ଯ୍ୟ କରିବ ବୋଲି କହିଥିଲେ। ଜଣେ ଡାକ୍ତରଙ୍କ ସମେତ ଆଠ ଜଣ ସହାୟକଙ୍କ କର୍ମଚାରୀଙ୍କ ଦ୍ୱାରା ଏହି ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳନା କରାଯିବ ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀ ପଟେଲ ସୂଚନା ପ୍ରଦାନ କରିଥିଲେ। ଡି ପି ଏମ୍ ବୁଲୁନାଥ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
0 Comments