ଝାରସୁଗୁଡ଼ା ପୁରୁଣା କୋର୍ଟ ବିଲ୍ଡିଂଗ ପରିସରରେ ଟ୍ରାନଜିଟ୍ ହାଉସ ସ୍ଥାପନ ପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ତଥା ବିଲ୍ଡିଂଗ କମିଟି ଫର୍ ସବ୍-ଅର୍ଡିନେଟ୍ ଜୁଡିସିଆରି ଅଧ୍ୟକ୍ଷ ଜଷ୍ଟିସ ଡ. ବି . ଆର . ଷଡ଼ଙ୍ଗୀ ଟ୍ରାନଜିଟ୍ ହାଉସ ସକାଶେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ବିଭିନ୍ନ ସମୟରେ ଝାରସୁଗୁଡ଼ା ପରିଦର୍ଶନରେ ଆସୁଥିବା ବିଚାରପତିମାନଙ୍କର ରହଣି , ଜିଲ୍ଲାରେ ନୂତନ ଭାବରେ ଯୋଗଦାନ କରୁଥିବା ଜଜମାନଙ୍କ ରହଣି ଓ ପ୍ରଶିକ୍ଷଣ ତଥା ଅନ୍ୟାନ୍ୟ ବିଚାର ବିଭାଗୀୟ କାର୍ଯ୍ୟ ପାଇଁ ଟ୍ରାନଜିଟ୍ ହାଉସ ସହାୟକ ହେବ ବୋଲି ମାନ୍ୟବର ବିଚାରପତି ଡ. ଷଡ଼ଙ୍ଗୀ କହିଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲା ତଥା ଦୌରା ଜଜ ନିଶିଥ ନିଶଙ୍କ ମଞ୍ଚାସୀନ ଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକାରଣ କର୍ତ୍ତୃପକ୍ଷ ସମ୍ପାଦିକା ନେହା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଫେମିଲି କୋର୍ଟ ଜଜ ହରପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସିଭିଲ କୋର୍ଟ ରେଜିଷ୍ଟ୍ରାର ମଳୟ କୁମାର ପ୍ରଧାନଙ୍କ ସମେତ ଜିଲ୍ଲା ନ୍ୟାୟାଳୟର ସମସ୍ତ ବିଚାରପତି , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ , ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ ,ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ପ୍ରବୀର କୁମାର ନାୟକ , ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ଲଙ୍କେଶ୍ୱର ଅମାତ , ବାର ଆସୋସିଏସନର କର୍ମକର୍ତ୍ତା, କୋର୍ଟ ମ୍ୟାନେଜର ମନପ୍ରୀତ ସିଂ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପରେ ମାନ୍ୟବର ବିଚାରପତି ନୂତନ ଜିଲ୍ଲା ନ୍ୟାୟାଳୟ ପରିଦର୍ଶନ କରିଥିଲେ ।
0 Comments